ପଇସା ଦେଲେ କୃଷ୍ଣ ଚନ୍ଦ୍ର ନାଁ'ହେଲା ରେଭେନ୍ସା
ପଇସା ଦେଲେ କୃଷ୍ଣ ଚନ୍ଦ୍ର ନାଁ'ହେଲା ରେଭେନ୍ସା
ପିଲା ବେଳେ ମୁଁ ଯେଉଁ ବିଦ୍ୟାଳୟ ଟିରେ ପାଠ ପଢ଼ୁଥିଲି ସେ ବିଦ୍ୟାଳୟଟିର ନାଁ ଥିଲା "ବିକ୍ରମଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟ", ପାଟଳଦା, ଅସ୍ତରଙ୍ଗ,ପୁରୀ l ସେ ବିଦ୍ୟାଳୟର ସଂସ୍ଥାପକ ଥିଲେ ଆମ ଅଞ୍ଚଳର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ "ପୂର୍ଣ୍ଣାନନ୍ଦ ସ୍ୱାଇଁ" l 1927 ମସିହାର କଥା l ସ୍ୱାଧୀନତା ସଂଗ୍ରାମ ସାଙ୍ଗକୁ ସମାନ୍ତରାଳ ଭାବେ ଆମ ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଯୁବ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ସ୍ବାଇଁ ଚିନ୍ତା କଲେ ସ୍କୁଲ ଟିଏ ଖୋଲିବେ l ଅର୍ଥର ପ୍ରବଳ ଅଭାଵ l ସ୍କୁଲଟିଏ କରିବା ଇଚ୍ଛା ସମ୍ପର୍କରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ,ବିପ୍ଲବୀ ମୋହନ ଦାଶ ମହୋଦୟଙ୍କୁ ଜଣାଇଲେ l ଦିନେ ଶ୍ରୀଯୁକ୍ତ ମୋହନ ଦାଶ ତାଙ୍କୁ ସାଙ୍ଗରେ ନେଇ ଚାଲିଲେ ପଞ୍ଚସଖାଙ୍କ ବକୁଳ ବନ ବିଦ୍ୟାଳୟ l ସେଠାରେ ସାକ୍ଷାତ ହେଲା ପଣ୍ଡିତ ଗୋପବନ୍ଧୁ ଏବଂ ପଣ୍ଡିତ ନୀଳକଣ୍ଠ ଙ୍କ ସହିତ l ପଣ୍ଡିତ ଗୋପବନ୍ଧୁ ଯୁବକ ପୂର୍ଣ୍ଣାନନ୍ଦଙ୍କୁ ସାଥିରେ ଦେଖି ମୋହନ ଦାଶ ଙ୍କୁ ପ୍ରଶ୍ନ କଲେ, ଏ ଯୁବକ କିଏ ?
ମୋହନ ଦାଶ ପରିଚୟ କରିବା ସହିତ ପାଟଳଦା ଠାରେ ତାଙ୍କର ବିଦ୍ୟାଳୟ ଟିଏ ଖୋଲିବାର ଅଭିପ୍ରାୟ ସମ୍ପର୍କରେ ଗୋପବନ୍ଧୁଙ୍କୁ ଜଣାଇଲେ l ପାଖରେ ଥିବା ନୀଳକଣ୍ଠ ମହାଶୟ ପ୍ରଶ୍ନ କଲେ ସ୍କୁଲ କରିବ ଯେ, ପାଖରେ ଧନ ଅଛି ଟି ?
ନାଇଁ ଆଜ୍ଞା ! ସେଇଟା ନାହିଁ ବୋଲି ତ, ଏଠିକୁ ଆସିଛୁ କଣ କଲେ ଯୋଗାଡ଼ ହେଇ ପାରିବ ବୋଲି l ମୋହନ ଦାଶ କହିଲେ l
ନୀଳକଣ୍ଠ କହିଲେ "ଆମ ଅଞ୍ଚଳର ରାଜା ରାଜୁଡା କେହି ସ୍କୁଲ ଖୋଲିବାକୁ ପଇସା ଟିଏ ଦେଉ ନାହାନ୍ତି l କହିଲେ ଗାଁରେ ପୋଖରୀ ଖୋଳେଇ ଦେବେ ପଛେ ଶିକ୍ଷା ଅନୁଷ୍ଠାନ ପାଇଁ ପଇସା ଦେବେନି l ତେଣୁ କିଛି କରି ହେବା ଭଳି ଦିଶୁନି l
ଏମାନଙ୍କ କଥାରେ ପଣ୍ଡିତ ଗୋପବନ୍ଧୁ ହସ୍ତକ୍ଷେପ କରି "କହିଲେ ଗୋଟିଏ ରାସ୍ତା ଅଛି l
ମୁଁ ଶୁଣୁଛି, ଜୟପୁର(କୋରାପୁଟ)ର ରାଜା ବିକ୍ରମ ଦେବ ଜଣେ ବଦାନ୍ୟ ବ୍ୟକ୍ତି l ଶିକ୍ଷାର ପ୍ରସାର ପାଇଁ ତାଙ୍କ ହୃଦୟ ବିଶାଳ l ସହୟତା ପ୍ରଦାନ କରନ୍ତି l ତୁମେ ତାଙ୍କ ପାଖକୁ ଯାଇ ପାରିଲେ ସେ କିଛି କରି ପାରିବେ l
ସେଦିନ ଉଭୟ ଫେରି ଆସିଲେ l
ପାଟଳଦା ଠାରୁ ଜୟପୁର (କୋରାପୁଟ)ର ଅଗମ୍ୟ ଦୂରତା ପ୍ରାୟ 600 କି.ମି l ସେତେବେଳେ ରାସ୍ତାଘାଟ ସୁଗମ ନଥାଏ କି ଗାଡି ଘୋଡା ଉପଲବ୍ଧ ନଥାଏ l ପୂର୍ଣ୍ଣାନନ୍ଦ ଜୀ ମୋହନ ଦାଶ ମହୋଦୟଙ୍କୁ ମନେଇ ସାଥି ହେଇ ଚାଲିଲେ ସୁଦୂର ଜୟପୁର l
ଦୀର୍ଘ ରାସ୍ତା ଚାଲି ଚାଲି ଯାଇ ରାଜାଙ୍କୁ ଭେଟି ବିଦ୍ୟାଳୟ ଟିଏ ସ୍ଥାପନା କରିବାର ଇଚ୍ଛା ପୋଷଣ କରନ୍ତେ ରାଜା, ଏତେ ଦୂରରୁ ଏମାନଙ୍କ ଆଗମନ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଆଗ୍ରହ ଦେଖି ପ୍ରସନ୍ନ ହେଲେ l ସେତେବେଳେ ସେ ଏକ ହଜାର ଟଙ୍କାର ଏକ ବଡ଼ ସହାୟତା ରାଶି ପ୍ରଦାନ କରି ଥିଲେ l
ଉଭୟ ଫେରି ଆସି ପଇସା ଧରି ବକୁଳ ବନ ବିଦ୍ୟାଳୟରେ ପହଁଚିଲେ l ଇତି ମଧ୍ୟରେ ପଣ୍ଡିତ ଗୋପବନ୍ଧୁଙ୍କ ଦେହାବସାନ ହେଇ ସରିଥାଏ l ପଣ୍ଡିତ ନୀଳକଣ୍ଠ ଙ୍କୁ ଭେଟି ସଫଳତାର କାହାଣୀ ଶୁଣାଇଲେ l ବିଦ୍ୟାଳୟ ସ୍ଥାପନା ପାଇଁ ପଣ୍ଡିତ ନୀଳକଣ୍ଠଙ୍କୁ ଆମନ୍ତ୍ରଣ କଲେ l
ପଣ୍ଡିତ ନୀଳକଣ୍ଠ ବି ଆଗ୍ରହର ସହିତ ପାଟଳଦା ଆସି ବକୁଳ ଚାରା ଟିଏ ପୋତି ବିଦ୍ୟାଳୟର ଶୁଭାରମ୍ଭ କଲେ l ଆଜିବି ସେ ବକୁଳ ବୃକ୍ଷ ସେହି ବିଦ୍ୟାଳୟ ପରିସରରେ ବିଦ୍ୟମାନ l
ବିଦ୍ୟାଳୟଟି ପ୍ରତିଷ୍ଠା ପାଇଁ ପୂର୍ଣ୍ଣାନନ୍ଦ ସ୍ୱାଇଁ ଜୀ ଙ୍କ ଅବଦାନ କୌଣସି ଏକ ରୋମାଞ୍ଚ ଭରା କାହାଣୀ ଠାରୁ କମ ନୁହେଁ l ତାଙ୍କ ଅବଦାନ ସମ୍ପର୍କରେ ବିଶେଷ ଉଲ୍ଲେଖ କରିବା ଅନାବଶ୍ୟକ l
ଉଲ୍ଲେଖନୀୟ ବିଷୟ ଟି ହେଲା ଏତେ କଷ୍ଟ ସହିଥିବା ସତ୍ୱେ ସ୍ୱାମୀଜୀ ନିଜ ନାଁ'ରେ ବିଦ୍ୟାଳୟଟି ନକରି ରାଜା ବିକ୍ରମ ଦେବଙ୍କ ନାଁରେ କାହିଁକି କଲେ ? ସେ ଚାହିଁଥିଲେ ବିଦ୍ୟାଳୟର ନାଁ "ପୂର୍ଣ୍ଣାନନ୍ଦ ମଧ୍ୟଇଂରାଜୀ ବିଦ୍ୟାଳୟ"କରି ପାରି ଥାଆନ୍ତେ l ସେ ତାହା ନକରି ଇତିହାସରେ ଅମର କାହାଣୀ ଲେଖିଗଲେ l
ବିଦ୍ୟାଳୟ ପାଇଁ ଆର୍ଥିକ ସହାୟତା ଦେଇଥିବା ରାଜା ବିକ୍ରମ ଦେବଙ୍କ ନାମରେ ବିଦ୍ୟାଳୟକୁ ନାମିତ କରି ବିକ୍ରମଦେବଙ୍କୁ ମଧ୍ୟ ଯଶସ୍ବୀ କରାଇଲେ l କଥାଟି ଏତିକି....
1866 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ତରଫରୁ ଆମ ବର୍ତ୍ତମାନର ଓଡ଼ିଶା ରାଜ୍ୟ ତଥା ସେତେବେଳର ଓଡ଼ିଶା ଡିଭିଜନର ପ୍ରଶାସକ ଭାବେ ଥୋମାସ ଏଡ଼ୱାର୍ଡ଼ ରେଭେନ୍ସା ନାମରେ ଜଣେ ଗୋରା, ରାଜସ୍ୱ କମିଶନର ଥାନ୍ତି l ଓଡ଼ିଶାରେ ଅକାଳ ପଡିଲା l ଲୋକଙ୍କ ପାଖରୁ ଧିରେ ଧିରେ ସଞ୍ଚିତ ସମସ୍ତ ଖାଦ୍ୟ ଶସ୍ୟ ସମାପ୍ତ ହେବାକୁ ଲାଗିଲା l ସେତେବେଳେ ଭାରତର ଅନ୍ୟ ପ୍ରାନ୍ତରେ ଆବଶ୍ୟକ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଥିବାବେଳେ ଏହି ରେଭେନ୍ସାଙ୍କ ଭୂଲ ରିପୋର୍ଟ ଏବଂ ସରକାରୀ କୁ-ପରିଚାଳନା ଏବଂ ଖାମଖିଆଲି ନୀତି ଯୋଗୁଁ ଆମ ରାଜ୍ୟର 30 ଲକ୍ଷ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ପୋକ ମାଛି ପରି ମଲେ ବୋଲି ଇତିହାସରେ ପ୍ରମାଣ ଭରପୁର l ଏହାକୁ ନ'ଅଙ୍କ ଦୁର୍ଭିକ୍ଷ କୁହାଯାଏ l
ଏଇ ଯେମିତି ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗରେ ଏବେ ପ୍ରଚୁର ପରିମାଣରେ ଗୋଲଆଳୁ ଓଡ଼ିଶାରେ ବିକ୍ରିପାଇଁ ମହଜୁଦ ଥାଇବି ସେଠିକାର ମୁଖ୍ୟମନ୍ତ୍ରୀ ଏବଂ ଏଠିକାର ପୂର୍ବ ସରକାର କାରଣରୁ ଓଡ଼ିଶାରେ ଉତ୍କଟ ଆଳୁ ସଙ୍କଟ ଦେଖାଦେଇ ଥିଲା l ଅକଳ୍ପନୀୟ କ୍ଷତିର ସମ୍ମୁଖୀନ ହେଇଥିଲେ ପଶ୍ଚିମବଙ୍ଗର 100%ହିନ୍ଦୁ ଚାଷୀ ଏବଂ ଓଡ଼ିଶାର 90% ହିନ୍ଦୁ ଉପଭୋକ୍ତା l ଓଡ଼ିଶାରେ ଆଳୁ କିଲୋ 70 ଟଙ୍କା ରେ ପହଞ୍ଚି ଥିଲା l
ସେମିତି ଏଇ ରେଭେନ୍ସା ସାହାବଙ୍କ ନେତୃତ୍ୱ, ଇଂରେଜ ସରକାରଙ୍କ ବିଫଳତା ଓ କୁପରିଚାଳନା କାରଣରୁ ନ'ଅଙ୍କ ଦୁର୍ଭିକ୍ଷରେ 30 ଲକ୍ଷ ଓଡ଼ିଆଙ୍କ ଅକାଳ ମୃତ୍ୟୁ ହେଇଥିଲା l
ଯାହାକୁ ଏ ଓଡ଼ିଆ ଜାତି କେବେବି କ୍ଷମା କରିବା କଥା ନୁହେଁ l ଦେଶ ସ୍ୱାଧୀନ ହେବା ପରେ ସର୍ବ ପ୍ରଥମେ 32 ଲକ୍ଷ ଓଡ଼ିଆଙ୍କ ହତ୍ୟାକାରୀ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରଶାସକ ଏହି ରେଭେନ୍ସାଙ୍କର ଅସ୍ତିତ୍ୱ ସମାପ୍ତ କରିବା କଥା ll କିନ୍ତୁ ତାହା ଆଜି ଯାଏଁ ଉଜ୍ଜୀବିତ ଅଛି l
1500 ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିବା ଜାଲିଆଁୱାଲା ବାଗ ହତ୍ୟାକାଣ୍ଡର ମୂଖ୍ୟ ଆରୋପି ଜେନେରାଲ ଡାୟାର ନାଁ'ରେ ଭାରତରେ କଣ କିଛି ଅନୁଷ୍ଠାନ ଅଛି କି ?
ତେବେ 30 ଲକ୍ଷ ଲୋକଙ୍କ ଅନାହାର ମୃତ୍ୟୁର କାରଣ ବନିଥିବା ରେଭେନ୍ସାଙ୍କ ନାମରେ ବିଶ୍ଵବିଦ୍ୟାଳୟ କାହିଁକି ନାମିତ ହେବ ?
ଏହାଙ୍କ ରିପୋର୍ଟ ଯୋଗୁଁ ହିଁ ଖାଦ୍ୟ ଯୋଗାଣ ସମ୍ପୂର୍ଣ୍ଣ ବ୍ୟହତ ହେଲା l
ଯାହା ହେବାର ଥିଲା ହେଇ ସାରିଥିଲା l ସବୁ କଥା ଭୁଲି ଏବେ ଆଗକୁ ଦେଖିବା କଥା l 1866 ନ'ଅଙ୍କ ଦୁର୍ଭିକ୍ଷ ପରେ ପରେ 1868 ମସିହାରେ ଓଡ଼ିଶା ଡିଭିଜନର କିଛି ପ୍ରମୁଖ ବ୍ୟକ୍ତି ଓଡ଼ିଆ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ କଟକର ଜିଲ୍ଲା ସ୍କୁଲରେ କଲେଜ ଟିଏ ଖୋଲିବା ନିମନ୍ତେ ବଙ୍ଗ ସରକାରଙ୍କୁ ପ୍ରବର୍ତ୍ତେଇବା ପାଇଁ କମିଶନର ଥିବା ରେଭେନ୍ସା ଙ୍କୁ ଅନୁରୋଧ କଲେ l
ଏବଂ ସେ ଅନୁମତି ଆଣିବାରେ ସକ୍ଷମ ହେଲେ l ଏହା ହେଲା ଓଡ଼ିଶାର ପ୍ରଥମ କଲେଜ l ଛଅ ଜଣ ପିଲାଙ୍କୁ ନେଇ 1868 ମସିହାରେ କଲେଜିଏଟ ସ୍କୁଲ ନାଁରେ କଟକ ଜିଲ୍ଲା ସ୍କୁଲରେ Intermediate class ଆରମ୍ଭ ହେଲା l
ପରେ ପରେ ଏହି କଲେଜିଏଟ ସ୍କୁଲକୁ ପୂର୍ଣ୍ଣ ବିକଶିତ ବା Full fledged college କରିବା ପାଇଁ କମିଶନରଙ୍କ ମାଧ୍ୟମରେ ବେଙ୍ଗଲ ସରକାର ପାଖରେ ଦାବି କରାଗଲା l
ବେଙ୍ଗଲ ସରକାର କଲେଜ ପ୍ରତିଷ୍ଠା ପାଇଁ ବେସରକାରୀ ସୂତ୍ରରୁ 30,000 ଟଙ୍କା ଆର୍ଥିକ ସହାୟତା ଜମା କରିବା ସର୍ତ୍ତରେ କଲେଜ ଖୋଲିବା ଅନୁମତି ପ୍ରଦାନ କଲେ l
HJ Reynolds, Secretary to Govt of Bengal, Principal ନିଯୁକ୍ତି ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିବା ସହିତ କଲେଜ ପରିଚାଳନାରେ ହେବାକୁ ଥିବା ମୋଟ ଖର୍ଚ୍ଚର ଅଧା ଘରୋଇ ଅନୁଦାନ ସୂତ୍ରରୁ ମେଣ୍ଟାଇବା ପାଇଁ ଆଦେଶ ଦେଲେ l
ସେତେବେଳେ ଏହି କଠିନ କାର୍ଯ୍ୟ ପାଇଁ ମୟୁରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେବ ଆଗେଇ ଆସିଥିଲେ ଏବଂ 20,000 ଟଙ୍କାର ଏକ ବିଶାଳ ଅର୍ଥରାଶି କଲେଜ ପାଇଁ ସହାୟତା ଆକାରରେ ପ୍ରଦାନ କଲେ l ଅନ୍ୟଥା ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କ ସର୍ତ୍ତ ଅନୁଯାୟୀ କଟକରେ କଲେଜ ଟିଏ କରିବାର ସ୍ୱପ୍ନ ଦିବା ସ୍ୱପ୍ନରେ ପରିଣତ ହେଇ ଯାଇ ଥାଆନ୍ତା l
ସାମୁଏଲ ଅଗର ପ୍ରଥମ ପ୍ରିନ୍ସିପାଲ ଭାବେ ନିଯୁକ୍ତ ହେଲେ l
1876 ମସିହାରେ ଏହି କଲେଜିଏଟ ସ୍କୁଲ, Full Fledged Government Degree College ରେ ପରିଣତ ହେଲା l ମହାରାଜା ଦେଇଥିବା ଅନୁଦାନରେ ଏହାର ସିଂହଭାଗ ଖର୍ଚ୍ଚ ସୁରୁଖୁରରେ ସଞ୍ଚାଳିତ ହେଲା l
ନାଁ ହେଲା "କଟକ କଲେଜ" l University of Calcutta ସହିତ ଅନୁବନ୍ଧିତ ହେଲା l
କେଜାଣି କଣ ପାଇଁ ହଠାତ 1878 ମସିହାରେ ଏହି କଲେଜର ନାମ କଟକ କଲେଜରୁ ପରିବର୍ତ୍ତିତ ହେଇ Thomas Edward Ravenshaw ଙ୍କ ନାମ ଅନୁଯାୟୀ "Ravenshaw College" ନାମରେ ନାମିତ ହେଲା l ସେ ତ ଜଣେ ସରକାରୀ ଅଧିକାରୀ ମାତ୍ର ଥିଲେ l ଆମ ରାଜସ୍ୱରେ ସେ ଦରମା ନେଉଥିଲେ l କଲେଜ ତ କୃଷ୍ଣଚନ୍ଦ୍ର ଭଞ୍ଜଦେବ ଙ୍କ ବିଶାଳ ଆର୍ଥିକ ସହାୟତାରେ ହେଲା l ପୁଣି କଣ ହେଲା ଯେ ଓଡ଼ିଶାର ଏହି ପ୍ରଥମ College ଟିର ନାଁ "କଟକ କଲେଜ" ନରହି, କୃଷ୍ଣଚନ୍ଦ୍ର ଭଞ୍ଜଦେବ ଙ୍କ ନାଁ'ରେ ନହେଇ ଇଂରେଜଙ୍କ ବେତନଭୋଗୀ କର୍ମଚାରୀ କମିଶନର Ravenshaw ନାଁ'ରେ ହେଇଗଲା ?
ତେବେ କଣ ଆମେ ଭାବି ନେବା ଯେ ଆମ ଅଞ୍ଚଳରେ ସରକାରୀ ଅନୁଦାନରେ ହେଉଥିବା ବ୍ରିଜ ଗୁଡିକ କଲେକ୍ଟରଙ୍କ ନାଁରେ, ଥାନା ଗୁଡିକ ତତ୍କାଳୀନ S.P ଙ୍କ ନାଁରେ ଏବଂ ବିଦ୍ୟାଳୟ ଗୁଡ଼ିକ DEO ଙ୍କ ନାଁରେ ହେବା ଉଚିତ l
ଅବଶ୍ୟ ଏବେ ତ ଆମ ଦେଶର 98% ରାସ୍ତା,ଘାଟ, ସରକାରୀ ପ୍ରତିଷ୍ଠାନ ସବୁ ଆକ୍ରମଣକାରୀ ମୋଗଲ, ଏବଂ ଗୋଟିଏ ରାଜନୈତିକ ପରିବାର ନାଁ ରେ ନାମିତ l ଗୋଟିଏ ବିଶ୍ଵବିଦ୍ୟାଳୟର ନାଁ କଟକ ବା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁ'ରେ ନରହି ଇଷ୍ଟ ଇଣ୍ଡିଆ କମ୍ପାନୀର ଗୋରା ପ୍ରଶାସକ ନାଁ'ରେ ରହିଲେ କଣ ଅସୁବିଧା ହେଉଛି l
"ଗୋରା ଆମର ଗର୍ବ"
Krushna chandra bhanjadeo college, Cuttack
जवाब देंहटाएंRaja bikram dev university hsu
जवाब देंहटाएं