ପଇସା ଦେଲେ କୃଷ୍ଣ ଚନ୍ଦ୍ର ନାଁ'ହେଲା ରେଭେନ୍ସା
ପଇସା ଦେଲେ କୃଷ୍ଣ ଚନ୍ଦ୍ର ନାଁ'ହେଲା ରେଭେନ୍ସା ପିଲା ବେଳେ ମୁଁ ଯେଉଁ ବିଦ୍ୟାଳୟ ଟିରେ ପାଠ ପଢ଼ୁଥିଲି ସେ ବିଦ୍ୟାଳୟଟିର ନାଁ ଥିଲା "ବିକ୍ରମଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟ", ପାଟଳଦା, ଅସ୍ତରଙ୍ଗ,ପୁରୀ l ସେ ବିଦ୍ୟାଳୟର ସଂସ୍ଥାପକ ଥିଲେ ଆମ ଅଞ୍ଚଳର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ "ପୂର୍ଣ୍ଣାନନ୍ଦ ସ୍ୱାଇଁ" l 1927 ମସିହାର କଥା l ସ୍ୱାଧୀନତା ସଂଗ୍ରାମ ସାଙ୍ଗକୁ ସମାନ୍ତରାଳ ଭାବେ ଆମ ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଯୁବ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ସ୍ବାଇଁ ଚିନ୍ତା କଲେ ସ୍କୁଲ ଟିଏ ଖୋଲିବେ l ଅର୍ଥର ପ୍ରବଳ ଅଭାଵ l ସ୍କୁଲଟିଏ କରିବା ଇଚ୍ଛା ସମ୍ପର୍କରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ,ବିପ୍ଲବୀ ମୋହନ ଦାଶ ମହୋଦୟଙ୍କୁ ଜଣାଇଲେ l ଦିନେ ଶ୍ରୀଯୁକ୍ତ ମୋହନ ଦାଶ ତାଙ୍କୁ ସାଙ୍ଗରେ ନେଇ ଚାଲିଲେ ପଞ୍ଚସଖାଙ୍କ ବକୁଳ ବନ ବିଦ୍ୟାଳୟ l ସେଠାରେ ସାକ୍ଷାତ ହେଲା ପଣ୍ଡିତ ଗୋପବନ୍ଧୁ ଏବଂ ପଣ୍ଡିତ ନୀଳକଣ୍ଠ ଙ୍କ ସହିତ l ପଣ୍ଡିତ ଗୋପବନ୍ଧୁ ଯୁବକ ପୂର୍ଣ୍ଣାନନ୍ଦଙ୍କୁ ସାଥିରେ ଦେଖି ମୋହନ ଦାଶ ଙ୍କୁ ପ୍ରଶ୍ନ କଲେ, ଏ ଯୁବକ କିଏ ? ମୋହନ ଦାଶ ପରିଚୟ କରିବା ସହିତ ପାଟଳଦା ଠାରେ ତାଙ୍କର ବିଦ୍ୟାଳୟ ଟିଏ ଖୋଲିବାର ଅଭିପ୍ରାୟ ସମ୍ପର୍କରେ ଗୋପବନ୍ଧୁଙ୍କୁ ଜଣାଇଲେ l ପାଖରେ ଥିବା ନୀଳକଣ୍ଠ ମହାଶୟ ପ୍ରଶ୍ନ କଲେ ସ୍କ...